ପୁରୁବ୍ ଦେସର୍ ପଣ୍ଡିତ୍ମନ୍ ଆଇବାଟା
୧ଏରଦ୍ ରାଜାର୍ ସାସନ୍ ବେଲେ, ଜିଉଦା ରାଇଜର୍ ବେତ୍ଲିଇମେ ଜିସୁ ଜନମ୍ ଅଇଲା । ଜନମ୍ ଅଇ ଚନେକ୍ ଜିବାକେ ପୁରୁବ୍ ଦେସର୍ କେତେଟା ତାରାର୍ ବିସଇ ପଡ୍ତେ ରଇବା ପଣ୍ଡିତ୍ମନ୍ ଜିରୁସାଲାମେ ଆସି ପାଚାର୍ଲାଇ, ୨“ଜନ୍ ପିଲା ଜିଉଦିମନର୍ ରାଜା ଅଇବାକେ ଜନମ୍ ଅଇଲାଆଚେ, ସେ କନ୍ତି ଆଚେ ? କାଇକେବଇଲେ ଆମେ ପୁରୁବ୍ ଦେସେ ତାର୍ ତାରା ଦେକି ତାକେ ପୁଜା କର୍ବାର୍ ଆସିଆଚୁ ।”
୩ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ । ୪ଆରି ଏରଦ୍ ସବୁ ମୁକିଅ ପୁଜାରିମନ୍କେ ଆରି ସାସ୍ତର୍ ସିକାଉମନ୍କେ ଡାକାଇ କରି, “ମସିଅ ଜେ କି କିରିସ୍ଟ କନ୍ ଜାଗାଇ ଜନମ୍ ଅଇଆଚେ ?” ସେଟା ସେମନର୍ତେଇ ଅନି ବୁଜ୍ବାକେ ଚେସ୍ଟା କଲା ।
୫ପଣ୍ଡିତ୍ମନ୍ ଏରଦ୍ ରାଜାକେ କଇଲାଇ, ଜିଉଦା ରାଇଜର୍ ବେତ୍ଲିଇମ୍ ଗଡେ, ଜନ୍ଟାକି ଗଟେକ୍ ବବିସତ୍ବକ୍ତା ଏନ୍ତାରି ଲେକିଆଚେ । ୬ଏ ଜିଉଦା ଦେସର୍ ବେତ୍ଲିଇମ୍,
ତୁଇ ଜିଉଦା ରାଇଜର୍ ମୁକିଅ ଗଡ୍ମନର୍ତେଇ ଅନି ସାନ୍ ନଉଁସ୍,
କାଇକେବଇଲେ ମର୍ ଇସ୍ରାଏଲର୍ ଲକ୍ମନ୍କେ ବାଟ୍ ଦେକାଇସି,
ଏନ୍ତାରି ଗଟେକ୍ ସାସନ୍କାରିଆ ତର୍ତେଇଅନି ଉବଜ୍ସି ।
୭ଏଟା ସୁନି କରି ଏରଦ୍ ରାଜା ସେ ପଣ୍ଡିତ୍ମନ୍କେ ଲୁଚ୍ତେ ଡାକାଇ, ତାରା କନ୍ ବେଲାଇ ଉଦିରଇଲା, ସେମନର୍ତେଇ ଅନି ଟିକ୍ ସଙ୍ଗ୍ ବୁଜିନେଲା । ୮ତାର୍ପଚେ ସେମନ୍କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍ଲିଇମେ ସେ ପିଲାକେ ନିମାନ୍ କରି କଜିଦେକା, ଆରି ପିଲା ମିଲ୍ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍ସନ୍ କର୍ବି ।”
୯ପଣ୍ଡିତ୍ମନ୍ ରାଜାର୍ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍ ପୁରୁବ୍ ଦେସେ ଜନ୍ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍ ଡିସ୍ଲା । ୧୦ସେମନ୍ ତାରା ଦେକି ବେସି ସାର୍ଦା ଅଇଗାଲାଇ । ତାରା ସେମନର୍ ଆଗେ ଜାଇକରି ଜିସୁ ରଇଲା ଜାଗାର୍ ଉପ୍ରେ ଅଟ୍କିଗାଲା । ୧୧ପଣ୍ଡିତ୍ମନ୍ ସେ ଗର୍ ବିତ୍ରେ ପୁରି ପିଲାକେ ତାର୍ ମା ମରିୟମ୍ ସଙ୍ଗ୍ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍ରସ୍ ବେଟି, ପିଲାକେ ଦେଲାଇ ।
୧୨ପଚେ ସେମନ୍ ଏରଦର୍ ଲଗେ ଆରିତରେକ୍ ନ ଜାଇକରି ବିନ୍ ବାଟେ ନିଜର୍ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍ ଟାନେ ଆରିତରେକ୍ ବାଉଡି ନ ଜିବାକେ ପର୍ମେସର୍ ସେମନ୍କେ ସପ୍ନେ ଆଦେସ୍ ଦେଇରଇଲା ।
ମିସର୍ ଦେସେ ଜିବାଟା
୧୩ପଣ୍ଡିତ୍ମନ୍ ଗାଲାପଚେ, ପର୍ମେସରର୍ ଗଟେକ୍ ଦୁତ୍ ଜସେପ୍କେ ସପ୍ନେ ଦର୍ସନ୍ ଦେଇ କଇଲା, “ଉଟ୍, ପିଲାକେ ଆରି ତାକର୍ ଆୟାକେ ଦାରି ମିସର୍ ଦେସେ ଦାପ୍ରେ ଉଟିଜା । ଏରଦ୍ ପିଲାକେ ମରାଇବାକେ କଜିବୁଲ୍ସି । ମୁଇ ସେ ଜାଗା ଚାଡା ବଲି ନ କଇବା ଜାକ ତେଇସେ ରୁଆ ।”
୧୪ଏ କାତା ସୁନି ଜସେପ୍ ସେ ରାତି, ପିଲାକେ ଆରି ତାର୍ ମାକେ ଦାରି ମିସର୍ ଦେସେ ଉଟିଗାଲା । ୧୫ଏରଦ୍ ରାଜା ମର୍ବା ଜାକ ମିସର୍ ଦେସେସେ ରଇଲାଇ, ଜେନ୍ତାର୍ କି ବବିସତ୍ବକ୍ତା କଇରଇଲା ମାପ୍ରୁର୍ ବାକିଅ ସିଦ୍ ଅଇଲା, ମର୍ ପିଲାକେ ମୁଇ ମିସର୍ ଦେସେଅନି ଡାକି ଆନ୍ଲି ।
ପିଲାମନ୍କେ ମରାଇବାଟା
୧୬ପୁରୁବ୍ ଦେସେଅନି ଆସିରଇଲା ପଣ୍ଡିତ୍ମନ୍ ତାକେ ନାଡାଇ କରି ଉଟିଗାଲାଇ ଆଚତ୍ ବଲି ଜାନି, ଏରଦ୍ ବେସି ରିସା ଅଇଗାଲା । ବେତ୍ଲିଇମ୍ ଆରି ସେ ଲଗେ ପାକେ ରଇବା ଦୁଇ ବରସ୍ ଅନି ତଲେ ରଇଲା ସବୁ ପିଲାମନ୍କେ ମରାଇବାକେ ଆଦେସ୍ ଦେଲା । ପଣ୍ଡିତ୍ମନର୍ ଟାନେଅନି ତାରା ଡିସ୍ତେ ରଇବା ବେଲା ସେ ଜାନିରଇଲା । ସେ ଇସାବେ ପିଲାମନର୍ ବରସ୍ ଟିକ୍ କରିରଇଲା ।
୧୭ଏନ୍ତି ଅଇଲାଜେ ଜିରିମିୟ ବବିସତ୍ବକ୍ତା କଇଲା ଏ ବାକିଅ ପୁରାପୁରୁନ୍ ଅଇଲା । ସେ ଏନ୍ତି କଇରଇଲା,
୧୮ରାମା ନାଉଁର୍ ସଅରେ
ମାର୍ଚପ୍ ଅଇ କାନ୍ଦ୍ବାଟା ସୁନି ଅଇଲାନି,
ରାଏଲ୍ ତାର୍ ପିଲାମନର୍ ପାଇ କାନ୍ଦ୍ଲାନି ।
ତାକେ ଜେତେକ୍ ବୁଜାଇଲେ ମିସା ବୁଜେନାଇ ।
କାଇକେବଇଲେ ତାର୍ ପିଲାମନ୍ ସବୁ ମରିଜାଇରଇଲାଇ ।
ମିସର୍ ଦେସେଅନି ବାଅଡ୍ବାଟା
୧୯ଏରଦ୍ ମଲାପଚେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ମିସର୍ ଦେସେ ଜସେପ୍କେ ଦର୍ସନ୍ ଦେଇ କଇଲା, ୨୦“ଉଟ୍ ଆରି ବାରଇକରି, ଦୁଇ ମାଆ ପିଲାକେ ଇସ୍ରାଏଲ୍ ଦେସେ ଦାରିଜା । କାଇକେବଇଲେ ଜନ୍ ଲକ୍ମନ୍ କି ପିଲାର୍ ଜିବନ୍ ନେବାକେ ଚେସ୍ଟା କର୍ତେରଇଲାଇ, ସେମନ୍ ମରିଗାଲାଇ ଆଚତ୍ ।” ୨୧ଜସେପ୍ ଏ କାତା ସୁନି ଜିସୁ ଆରି ତାର୍ ମାଆ ମରିୟମ୍ ସଙ୍ଗ୍ ବାରଇକରି ଇସ୍ରାଏଲ୍ ଦେସେ ବାଉଡି ଆଇଲାଇ ।
୨୨ମାତର୍ ଜସେପ୍, ଏରଦର୍ ପଚେ ତାର୍ ପଅ ଆର୍କିଲାୟ ଜିଉଦା ରାଇଜର୍ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍ଲା । ୨୩ ମାତର୍ ଆରିଗଟେକ୍ ବିନ୍ ସପନ୍ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍ ନାଉଁର୍ ଗଡେ ବାସା ଅଇ ରଇଲା । ଜେନ୍ତାର୍ କି ବବିସତ୍ବକ୍ତା କଇଲା ଏ ବାକିଅ ସିଦ୍ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍ପୁଟା ଅଇସି ।”