କାବାଅଇଜିବା କାମର୍ ପାଇ ଦାବି
(ମାର୍କ ୮:୧୧-୧୩; ଲୁକ୍ ୧୨:୫୪-୫୬)
୧ ଦିନେକ୍ କେତେଟା ପାରୁସିମନ୍ ଆରି ସାଦୁକିମନ୍ ଜିସୁର୍ ଦସ୍ ଦାର୍ବାକେ ତାର୍ ଲଗେ ଆଇଲାଇ । ସେମନ୍ ତାକେ କଇଲାଇ, “ପର୍ମେସର୍ ତକେ ବାଚ୍ଲା ଆଚେ ବଲି ଆମେ ଜାନ୍ବାକେ, ତୁଇ ଗଟେକ୍ ସରଗର୍ କାବାଅଇଜିବା ଚିନ୍ ଦେକା ।” ୨ଜିସୁ କଇଲା, “ତମେ ସଞ୍ଜ୍ ବେଲାଇ ବାଦଲ୍ ରଙ୍ଗ୍ ଡିସ୍ଲେ ପାଗ୍ ବଲ୍ ଅଇସି ବଲି କଇସା, ୩ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ । ୪ ଏ ଜୁଗର୍ ଲକ୍ମନ୍ କେଡେ କାରାପ୍ ଆରି ପରମେସର୍କେ ବିସ୍ବାସ୍ ନ କରୁମନ୍ ! ତମେ ଗଟେକ୍ କାବାଅଇଜିବା କାମ୍ ଦେକ୍ବାକେ କଇଲାସ୍ନି ? ମାତର୍ ନାଇ, ଜୁନସର୍ ଜିବନେ ଗଟ୍ଲାଟା ଚାଡି ଆରି ଗଟେକ୍ ମିସା କାବାଅଇଜିବା କାମ୍, ତମେ ମର୍ତେଇ ଦେକିନାପାରାସ୍ ।” ଏଟା କଇ ଜିସୁ ସେମନ୍କେ ଚାଡି ଉଟିଗାଲା ।
ପାରୁସି ଆରି ସାଦୁକିମନର୍ ସିକିଆ
୫ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ । ୬ ଜିସୁ ସେମନ୍କେ କଇଲା, “ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।” ୭ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।”
୮ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, “ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି ? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ । ୯ ଏବେ ଜାକ ତମେ ବୁଜାସ୍ ନାଇ କି ? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି ? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍ ? ୧୦ ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି ? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍ ?
୧୧“ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।” ୧୨ସେଡ୍କିବେଲେ ସିସ୍ମନ୍ ବୁଜି ପାର୍ଲାଇ ଜେ, ଜିସୁ ରୁଟିର୍ କମିରର୍ କାତା ନ କଇତେ ରଇଲା, ମାତର୍ ପାରୁସି ଆରି ସାଦୁକିମନର୍ ସିକିଆ ତେଇ ତରିକ୍ନା ଅଇ ରୁଆ ବଲି କଇରଇଲା ।
ପିତର୍ ଜିସୁକେ ମସିଅ ବଲି ଜାନାଇବାଟା
(ମାର୍କ ୮:୨୭-୩୦; ଲୁକ୍ ୯:୧୮-୨୧)
୧୩ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, “ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି ?”
୧୪ ସେମନ୍ କଇଲାଇ, “କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍’ ।”
୧୫ଜିସୁ ପାଚାର୍ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍ନି ?”
୧୬ ସିମନ୍ ପିତର୍ କଇଲା, “ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।”
୧୭ଜିସୁ କଇଲା, “ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ । ୧୮ସେଟାର୍ପାଇ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ ।
୧୯ “ମୁଇ ତକେ ସରଗ୍ ରାଇଜର୍ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍ଗେ ମିସା କରାଅଇସି ।” ୨୦ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
ଜିସୁ ନିଜର୍ ଦୁକ୍ ଡଣ୍ଡ୍ ବିସଇ ଜାନାଇଲା
(ମାର୍କ ୮:୩୧; ମାତିଉ ୯:୧; ଲୁକ୍ ୯:୨୨-୨୭)
୨୧ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, “ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।” ୨୨ପିତର୍ ଜିସୁକେ ଅଁତ୍ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍କାଇଲା । “ପର୍ମେସର୍ ତମ୍କେ କାଇଟା ନ କର, ମାପ୍ରୁ, ତମ୍କେ ଏ ସବୁ କେବେ ମିସା ନଅ ।” ୨୩ଜିସୁ ପାସ୍ଲି କରି କଇଲା, “ମର୍ ମୁଆଟେଅନି ଦୁରିକେ ଜା ସଇତାନ୍ । ତୁଇ ମର୍ ବାଟ୍ ଚୁଟିଦେଲୁସ୍ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍ ଚିନ୍ତା ମୁନୁସ୍ମନର୍ତେଇଅନି, ପର୍ମେସରର୍ତେଇ ଅନି ନାଇ ।”
୨୪ ତାର୍ପଚେ ଜିସୁ ସିସ୍ମନ୍କେ କଇଲା, “କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି । ୨୫ କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି । ୨୬ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ । ୨୭ ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି । ୨୮ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।”