ଜିସୁ ଚେରେଙ୍ଗ୍ ରଗିକେ ନିକ କର୍ବାଟା
(ମାର୍କ ୨:୧-୧୨; ଲୁକ୍ ୫:୧୭-୨୬)
୧ଜିସୁ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା ନିଜର୍ ଗଡେ ବାଉଡି ଗାଲା । ୨ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
୩ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?”
୪ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, “ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି ? ୫'ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି 'ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ? ୬ମାତର୍ ଜଗତର୍ ପାପ୍ କେମା କର୍ବାକେ ନର୍ପିଲା, ମର୍ ଅଦିକାର୍ ଆଚେ, ମୁଇ ଏଟା ତମର୍ ମୁଆଟେ ଦେକାଇବି ।” ତାର୍ ପଚେ ଜିସୁ ଚେରେଙ୍ଗ୍ ରଗିକେ କଇଲା, “ଉଟ୍, ନିଜର୍ ଟାଟି ଦାରି ଗରେ ଉଟିଜା ।”
୭ଆରି ସେ ଲକ୍ ଉଟିକରି ଗରେ ବାରିଗାଲା । ୮ଲକ୍ମନ୍ ସେଟା ଦେକି କାବା ଅଇଜାଇ ଡରିଗାଲାଇ । ମାତର୍ ନର୍ ଲକ୍କେ ଏନ୍ତାରି ଅଦିକାର୍ ଦେଲାର୍ ପାଇ ପର୍ମେସର୍କେ ଡାକ୍ପୁଟା କଲାଇ ।
ଜିସୁ ମାତିଉକେ ଡାକ୍ଲା
(ମାର୍କ ୨:୧୮-୨୨; ଲୁକ୍ ୫:୩୩-୩୯)
୯ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, “ମର୍ ସଙ୍ଗ୍ ଆଉ ।” ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
୧୦ ଜିସୁ ମାତିଉର୍ ଗରେ କାଇବାବେଲେ ବେସି ସିସ୍ତୁମାଙ୍ଗୁମନ୍, ଆରି ପାପି ଲକ୍ମନ୍ ତେଇ ଜିସୁ ଆରି ତାର୍ ସିସ୍ମନ୍ର୍ ସଙ୍ଗ୍ ବସି କାଇତେ ରଇଲାଇ । ୧୧ଏଟା ଦେକି ପାରୁସି ଲକ୍ମନ୍ ଜିସୁର୍ ସିସ୍ମନ୍କେ ପାଚାର୍ଲାଇ, “କାଇକେ ତମର୍ ଗୁୁରୁ ସିସ୍ତୁମାଙ୍ଗୁମନର୍ ସଙ୍ଗ୍ ଆରି ପାପି ଲକ୍ମନର୍ ସଙ୍ଗ୍ ବସି କାଇଲାନି ?”
୧୨ଜିସୁ କଇଲା, “ନିକ ରଇଲା ଲକର୍ ପାଇ ଡାକ୍ଦର୍ ଲଡା ନାଇ । ମାତର୍ ଜର୍ଦୁକାର୍ ଲକ୍ମନର୍ ପାଇ ଡାକ୍ଦର୍ ଲଡା ଆଚେ । ୧୩ ସାସ୍ତରେ ଲେକାଅଇଆଚେ, 'ମୁଇ ପସୁ ପୁଜ୍ବା ବିରୁଟାନେଅନି, ଲକ୍ମନ୍କେ ଦୟା ଦେକାଇବାଟା ମନ୍ କଲିନି। ଏ କାତାର୍ ଅରତ୍ କାଇଟା ? ଜାଇକରି ବୁଜ୍ବାକେ ଚେସ୍ଟା କରା । ମୁଇ ଦରମ୍ ଲକ୍ମନ୍କେ ଡାକ୍ବାକେ ଆସି ନାଇ, ପାପିମନ୍କେ ଡାକ୍ବାର୍ ଆସିଆଚି ।”
କାଇକେ ଉପାସ୍ କର୍ବାର୍
(ମାର୍କ ୨:୧୮-୨୨; ଲୁକ୍ ୫:୩୩-୩୯)
୧୪ତାର୍ ପଚେ ଦିନେକ୍ ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ଆମେ ଆରି ପାରୁସିମନ୍ ବେସି ତର୍ ଲାକା ଉପାସ୍ କଲୁନି, ମାତର୍ ତମର୍ ସିସ୍ମନ୍ କାଇଜେ ଉପାସ୍ କରତ୍ ନାଇ ?”
୧୫ଜିସୁ ସେମନ୍କେ କଇଲା, “ବିବା ଦାଙ୍ଗ୍ଡା ଜେଡେବେଲେ ଜାକ ଦାଙ୍ଗ୍ଡାମନର୍ ସଙ୍ଗ୍ ବିବାଗରେ ରଇସି, ସେ ଦିନ୍ ଜାକ ସଙ୍ଗର୍ ଦାଙ୍ଗ୍ଡାମନ୍ ଦୁକ୍ ନ କରତ୍ । ମାତର୍ ଜେଡେବଲ୍ ବିବା ଅଇବା ଦାଙ୍ଗ୍ଡାକେ ସଙ୍ଗର୍ଦାଙ୍ଗ୍ଡାମନର୍ଟାନେଅନି ଦାରିଜିବାଇ, ସେମନ୍ ଦୁକ୍ କରି ଉପାସ୍ କର୍ବାଇ ।”
୧୬କେ ମିସା ପୁର୍ନା ଲୁଗା କାଣା ଅଇଲାଟାନେ, ନୁଆ ଲୁଗାର୍ ଗର୍ଣ୍ଡା ନ ସିଲାଅତ୍, କାଇକେ ବଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ବେସି ଚିରି ଦେଇସି । ୧୭ଆରି, କେ ମିସା ନୁଆ ଅଙ୍ଗୁର୍ ରସ୍, ଚାମ୍ ସଙ୍ଗ୍ ତିଆର୍ ଅଇଲା ପୁର୍ନା ମୁନାଇ ବେସି ଦିନ୍ ନ ସଙ୍ଗଅତ୍, ସଙ୍ଗଇଲେ ମୁନା ପାଟିଜାଇସି ଆରି ରସ୍ ଚିଡ୍ତେ ଡାଲି ଅଇଜାଇସି । ସେଟାର୍ ପାଇ ନୁଆ ରସ୍ ନୁଆ ମୁନାଇ ସଙ୍ଗଇବାଇ । ଏନ୍ତି ସଙ୍ଗଇଲେ ମୁନା ଆରି ରସ୍ ଦୁଇଟା ଜାକ ନସ୍ଟ ନ ଅଏ ।
ଜାଇରସର୍ ଟକି ଆରି ଜିସୁର୍ ପଚିଆ ଜାଲି ଚିଇଲା ମାଇଜି
(ମାର୍କ ୫:୨୧-୪୩; ଲୁକ୍ ୮:୪୦-୫୬)
୧୮ଜିସୁ ସେମନ୍କେ ଏ ସବୁ କାତା କଇଲା ବେଲେ, ଦେକା ଗଟେକ୍ ଜିଉଦିମନର୍ ପାର୍ତନା ଗରର୍ ନେତା ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, “ମର୍ ଟକି ଏବେସେ ମରିଗାଲା ଆଚେ, ମାତର୍ ତୁଇ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଲେ ସେ ବଁଚ୍ସି ।”
୧୯ଜିସୁ ଦାପ୍ରେ ଉଟିକରି ତାର୍ ସିସ୍ମନର୍ ସଙ୍ଗ୍ ଗାଲା ।
୨୦ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା । ୨୧ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
୨୨ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, “ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।” ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା । ୨୩ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି, ୨୪ଜିସୁ କଇଲା, “ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।” ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ । ୨୫ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା । ୨୬ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।
ଜିସୁ ଦୁଇଟା କାଣାକେ ନିକ କଲା
୨୭ଜିସୁ ସେ ଜାଗାଇଅନି ବାରଇ ଜିବାବେଲେ ଦୁଇଟା କାଣା, ତାର୍ ପଚେ ପଚେ ଇଣ୍ଡି ଆଇଲାଇ । ସେମନ୍ ଆଉଲି ଅଇକରି କଇବାର୍ ଦାର୍ଲାଇ । “ଏ ଦାଉଦ୍ ରାଜାର୍ ପଅ ! ଆମ୍କେ ଦୟା କରା ।”
୨୮ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, “ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି ?” ସେମନ୍ କଇଲାଇ “ଉଁ ମାପ୍ରୁ ।”
୨୯ତାର୍ ପଚେ ଜିସୁ ସେମନର୍ ଆଁକି ଚିଇକରି କଇଲା, “ମକେ ବିସ୍ବାସ୍ କଲାର୍ ଲାଗି ତମର୍ ଆଁକି ଡିସ ।” ୩୦ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, “ଏ ବିସଇ କାକେ ମିସା କୁଆ ନାଇ ।” ବଲି କଇଲା ।
୩୧ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।
ଗଟେକ୍ ଗୁଲା ଅଇଲା ଲକ୍ କାତା ଅଇ ପାର୍ଲା
୩୨ଜିସୁ ଆରି ତାର୍ ସିସ୍ମନ୍ ସେ ଗରେଅନି ବାରଇ ଗାଲାବେଲେ କେତେଟା ଲକ୍ମନ୍ ଗଟେକ୍ ଗୁଲା ଲକ୍କେ ତାର୍ ଲଗେ ଆନ୍ଲାଇ । ତାକେ ଡୁମାଦାରିରଇଲାକେ ସେ ଗୁଲା ଅଇଜାଇରଇଲା । ୩୩ଜିସୁ ଡୁମାକେ ସେ ଲକର୍ତେଇଅନି କେଦ୍ଲା ପଚେ ସେ କାତାଅଇବାର୍ ଦାର୍ଲା । ଆରି ତେଇ ରଇଲା ଲକ୍ମନ୍ କାବାଅଇଜାଇ କଇଲାଇ । “ଇସ୍ରାଏଲ୍ ଦେସେ ଏନ୍ତାରି ଗଟ୍ନା ଆମେ କେବେ ଦେକି ନ ରଇଲୁ ।” ୩୪ ମାତର୍ ପାରୁସିମନ୍ କଇଲାଇ, “ସେ ଡୁମାମନର୍ ନେତାର୍ ବପୁ ସଙ୍ଗ୍ ବିନ୍ ଡୁମାମନ୍କେ କେଦ୍ଲାନି ।”
ଲକ୍ମନ୍କେ ଜିସୁର୍ ଦୟା
୩୫ ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା । ୩୬ ଆରି ତେଇ ରଇଲା ଜବର୍ ଲକ୍ମନ୍କେ ଦେକିକରି ସେ ଦୟା କଲା । କାଇକେ ବଇଲେ ସେମନ୍ ବେସି ତାକିଜାଇରଇଲା ଆରି ସାଇଜ ପାଇବାକେ କନ୍ ବାଟେ ଜିବାର୍ ଆଚେ, ଜାନିନାପାର୍ତେ ରଇଲାଇ । ସେମନ୍ ଗଉଡ୍ ନଇଲା ମେଣ୍ଡାରାସି ପାରା ଅଇଜାଇରଇଲାଇ । ୩୭ ସେଡ୍କିବେଲେ ସେ ସିସ୍ମନ୍କେ କଇଲା, “ତାସ୍ ସିନା ବୁତେକ୍ । ମାତର୍ ସେଟା କାଟ୍ବାକେ, ଲକ୍ମନ୍ ଉନା ଆଚତ୍ । ୩୮ତେବର୍ପାଇ ‘କେତ୍ ରଇଲା ପଦାଇ କାଟ୍ବାକେ ବେସି ଲକ୍କେ ପାଟାଆ’ ବଲି ତାସ୍ କଲା ସାଉକାର୍କେ ପାର୍ତନା କରା ।”