ବାର୍ଟା ସିସ୍ମନ୍
(ମାର୍କ ୩:୧୩-୧୯; ଲୁକ୍ ୬:୧୨-୧୬)
୧ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା । ୨ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍, ୩ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ, ୪କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ବାର୍ଟା ସିସ୍କେ ଦିଆଅଇରଇଲା କାମ୍
(ମାର୍କ ୬:୭-୧୩; ଲୁକ୍ ୯:୧-୬)
୫ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ । ୬ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା । ୭ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ ! ୮ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ । ୯ଡାବୁ ମିସା ନିଆନାଇ । ୧୦ ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
୧୧“ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ । ୧୨ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ । ୧୩ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି । ୧୪ ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା । ୧୫ ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।”
ଆଇବା ଦୁକ୍କସ୍ଟ
(ମାର୍କ ୧୩:୯-୧୩; ଲୁକ୍ ୨୧:୧୨-୧୫)
୧୬ “ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ । ୧୭ ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ । ୧୮ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା । ୧୯ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି । ୨୦କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।”
୨୧ ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ । ୨୨ ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି । ୨୩ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
୨୪ “କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ । ୨୫ ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
କାକେ ଡର୍ବାର୍
(ଲୁକ୍ ୧୨:୨-୭)
୨୬ “ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି । ୨୭ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ । ୨୮ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । ୨୯ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ । ୩୦ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ । ୩୧ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।”
ଜିସୁକେ ନାମ୍ବାଟା
(ଲୁକ୍ ୧୨:୮-୯)
୩୨“ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି । ୩୩ ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
ସାନ୍ତିର୍ ବାଦୁଲେ କାଣ୍ଡା
(ଲୁକ୍ ୧୨:୫୧-୫୩; ଲୁକ୍ ୧୪:୨୬-୨୭)
୩୪“ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି । ୩୫ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି । ୩୬ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।”
୩୭“କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ । ୩୮ ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ । ୩୯ ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।”
ପୁରୁସ୍କାର୍
(ମାର୍କ ୯:୪୦)
୪୦ “ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି । ୪୧ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ୪୨ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”